ଜିଓର ନୂଆ ‘ଓଟିଟି ଷ୍ଟ୍ରିମିଂ ପ୍ଲାନ’, ୮୮୮ ଟଙ୍କାରେ ମିଳିବ ୧୫ ପ୍ରମୁଖ ଓଟିଟି ଆପ୍

ନୂଆଦିଲ୍ଲୀ: ନିଜ ଷ୍ଟ୍ରିମିଂ ପ୍ରେମୀଙ୍କ ଗ୍ରାହକମାନଙ୍କ ପାଇଁ ରିଲାଏନ୍ସ ଜିଓ ଆଣିଛି ଏକ ନୂଆ ପୋଷ୍ଟପେଡ୍ ଓଟିଟି ବଣ୍ଡଲ୍ ପ୍ଲାନ । ଏହି ପ୍ଲାନ ଜରିଆରେ ଗ୍ରାହକଙ୍କୁ ୧୫ଟି ପ୍ରମୁଖ ପ୍ରିମିୟମ୍ ଓଟିଟି ଆପ୍ ସହ ଅସୀମିତ ଡାଟା ମିଳୁଛି । ଫଳରେ ସେମାନେ ଯେତେବେଳେ ଚାହିଁବେ ନିଜ ପସନ୍ଦର ଆପ୍‌‌ରେ ଏହି ପ୍ରୋଗ୍ରାମ୍ ଦେଖିପାରିବେ । ମାସିକ ୮୮୮ ଟଙ୍କା ମୂଲ୍ୟର ଏହି ସୁଲଭ ପ୍ଲାନ ଉଭୟ ଜିଓ ଫାଇବର ଏବଂ ଜିଓ ଏୟାର ଫାଇବର ଗ୍ରାହକଙ୍କ ପାଇଁ ଉପଲବ୍ଧ ଅଛି । ନୂଆ ପ୍ଲାନରେ ଗ୍ରାହକଙ୍କୁ ୩୦ ଏମବିପିଏସ ସ୍ପିଡ୍ ଡାଟା ମିଳିବ । ଏହାବ୍ୟତୀତ ନେଟଫ୍ଲିକ୍ସର ବେସିକ୍ ପ୍ଲାନ୍‌‌, ଆମାଜନ୍ ପ୍ରାଇମ୍ ଏବଂ ଜିଓ ସିନେମା ପ୍ରିମିୟମ୍ ଭଳି ୧୫ରୁ ଅଧିକ ପ୍ରମୁଖ ଓଟିଟି ଆପ୍‌‌କୁ ଏହି ପ୍ଲାନ୍‌‌ରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଲୋକପ୍ରିୟ ଆପ୍‌‌ଗୁଡ଼ିକର ସବସ୍କ୍ରିପସନ ଏହି ପ୍ଲାନରେ ଉପଲବ୍ଧ ହେବ । ଏହି ପ୍ଲାନର ଆଉ ଏକ ବିଶେଷ ବୈଶିଷ୍ଟ୍ୟ ହେଉଛି, ନୂଆ ଗ୍ରାହକ ହୁଅନ୍ତୁ କିମ୍ବା ବର୍ତ୍ତମାନର ୧୦ ଏମବିପିଏସ କିମ୍ବା ୩୦ ଏମବିପିଏସ ପ୍ଲାନ ବ୍ୟବହାର କରୁଥିବା ଉପଭୋକ୍ତା, ୮୮୮ ଟଙ୍କାର ପୋଷ୍ଟପେଡ ପ୍ଲାନ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ । ବର୍ତ୍ତମାନ ପ୍ରିପେଡ୍ ପ୍ଲାନ୍ ରହିଥିବା ସମସ୍ତ ଉପଭୋକ୍ତା ସହଜରେ ଏହି ନୂଆ ପୋଷ୍ଟପେଡ୍ ପ୍ଲାନ୍‌‌କୁ ଅପଗ୍ରେଡ୍ କରିପାରିବେ ।

ଏହାବ୍ୟତୀତ ନିକଟରେ ଘୋଷଣା ହୋଇଥିବା ଜିଓ ଆଇପିଏଲ ଧନ୍ ଧନା ଧନ୍ ଅଫର ମଧ୍ୟ ଏହି ପ୍ଲାନରେ ଲାଗୁ ହେବ । ଜିଓ ଫାଇବର କିମ୍ବା ଏୟାର ଫାଇବର ପାଇଁ ଯୋଗ୍ୟ ଗ୍ରାହକମାନେ ସେମାନଙ୍କ ଜିଓ ହୋମ୍ ବ୍ରଡବ୍ୟାଣ୍ଡ କନେକ୍ସନରେ ୫୦ ଦିନର ରିହାତି କ୍ରେଡିଟ୍ ଭାଉଚର ପାଇପାରିବେ । ସୂଚନାଯୋଗ୍ୟ ଯେ, ୨୦୨୪ ମେ’ ୩୧ ପର୍ଯ୍ୟନ୍ତ ଉପଲବ୍ଧ ଜିଓ ଧନ୍ ଧନା ଧନ୍ ଅଫରକୁ ଟି-୨୦ ସିଜନ ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି ।

Leave a Reply

Your email address will not be published. Required fields are marked *