ରାହୁଲଙ୍କ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। କାରଣ ମୁଖ୍ୟ କୋଚ ପାଇଁ ବିସିସିଆଇ ଆବେଦନ ପତ୍ର ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି।
ଭାରତୀୟ ପୁରୁଷ ଟିମର ମୁଖ୍ୟ କୋଚ୍ ପଦ ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଆଜି ବିସିସିଆଇର ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି। ୨୦୨୧ ନଭେମ୍ବର ମାସରୁ ଟିମ ଇଣ୍ଡିଆର ମୁଖ୍ୟ କୋଚ ଥିବା ରାହୁଲ ଡ୍ରାଭିଡ୍ଙ୍କ କାର୍ଯ୍ୟକାଳ ୨୦୨୩ ବିଶ୍ୱକପ ପରେ ସାମୟିକ ଭାବେ ବୃଦ୍ଧି ପାଇଥିଲା।
କିନ୍ତୁ ରାହୁଲଙ୍କ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। କାରଣ ମୁଖ୍ୟ କୋଚ ପାଇଁ ବିସିସିଆଇ ଆବେଦନ ପତ୍ର ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି।